ଖେଳ

ଆଇପିଏଲ୍‌ : ୯ଟି ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି ରାଜସ୍ଥାନ

ବାଙ୍ଗାଲୋର ଆଗରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଆଇପିଏଲ୍‌ -୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍‌ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି । ଆଇପିଏଲର ଚଳିତ ସଂସ୍କରଣର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ । ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ କରିବା ପରେ ବାଙ୍ଗାଲୋରକୁ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି ।

 

Show More

Related Articles

Back to top button