ଓଡ଼ିଶା

ଅଁଳାନବମୀ ପାଇଁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ନୀତି ନିର୍ଘଣ୍ଟ

ସାକ୍ଷୀଗୋପାଳ : ପବିତ୍ର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇପଡିଛି। ଆଗ କାଳରୁ ଠାକୁରଙ୍କୁ ସମସ୍ତେ ଦର୍ଶନ କରିବା ସହିତ ଛୁଇଁବାର ସୁଯୋଗ ମିଳୁଥିଲା । କାଳଦିକ୍ରମେ ଠାକୁରଙ୍କୁ ଛୁଇଁବାକୁ ବିରୋଧ କରାଗଲା । ଏଣୁ ମା ରାଧାଙ୍କ ପାଦ ପର୍ଶନ ବର୍ଷକୁ ଥରେ ସୁଯୋଗ ମିଳିଥାଏ । ଏଣୁ ଏବେ ମା ଶ୍ରୀ ରାଧାଙ୍କର ପାଦ ଦର୍ଶନ କରିବା ପାଇଁ ସୁଯୋଗ ମିଳୁଛି । ପବିତ୍ର ଅଁଳାନବମୀ ସାକ୍ଷୀଗୋପିନାଥଙ୍କ ସେବାୟତ ସଂଘର ନିସ୍ପତିକ୍ରମେ ପୁର୍ବରାତ୍ର ୧ଟାରେ ଦ୍ୱାରଫିଟା, ୧.୩୦ରେ ମଙ୍ଗଳ ଆରତୀ, ୧.୩୦ରୁ ୨.୩୦ ମଧ୍ୟରେ ମର୍ଦ୍ଦନ ଓ ଅବକାଶ, ସେହି ରାତ୍ରିରେ ୨.୩୦ରୁ ୩.୩୦ ରେ ମଧ୍ୟରେ ଠାକୁରଙ୍କ ନଟବର ବେଶ, ୩.୩୦ରୁ ୪.୩୦ ସୂର୍ଯପୂଜା, ଦ୍ୱାରପାଳପୂଜା କରାଯାଇ ବଲ୍ଲଭ, ସକାଳଧୂପ, ବାଳଧୂପ ଓ ମଦଳନମୋହନ ଭୋଗ ୪.୩୦ ରୁ ସକାଳ୬ ଟା ମଧ୍ୟରେ କରାଯିବ। ୬ଟାରୁ ସକାଳ୬.୩୦ ପର୍ଯ୍ୟନ୍ତ ସେବାୟତ ଓ ମନ୍ଦିର କର୍ମଚାରୀ ମାନଙ୍କ ପରିବାର ବର୍ଗ ଦର୍ଶନ କରିବେ। ସକାଳ ୬.୩୦ ଠାରୁ ଅପରାହ୍ନ ୫ସାହାଣ ମେଳା ଦର୍ଶନ। ପାଳିଆ ସେବକ ପରିବର୍ତ୍ତନ ଯୋଗୁ ୫ ଠାରୁ ୫,୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ପୁନର୍ବାର ୫.୩୦ ରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ମିଳବ ବୋଲି ସେବାୟତ ସଂଘର ସମ୍ପାଦକ ଦିବାକର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।

Show More

Related Articles

Back to top button