Breaking PLUSଦେଶମୁଖ୍ୟ ଖବର

କୁକୀ ଆତଙ୍କବାଦୀ ଆକ୍ରମଣରେ 2ଯବାନ ସହିଦ

ଇମ୍ଫାଲ- ମଣିପୁରର ବିଷ୍ଣୁପୁର ଜିଲା ଅନ୍ତର୍ଗତ ନାରନସେନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀର ଏକ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।
ସିଆରପିଏଫ ୧୨୮ ବାଟାଲିୟନର ଯବାନମାନେ ନାରନସେନା ଅଞ୍ଚଳରେ ମୁତୟନ ହୋଇଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟରେ ଯବାନମାନେ ଶୋଇଥିବାବେଳେ କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇଥିଲା। ଯବାନମାନେ ଆକ୍ରମଣ ସମ୍ପର୍କରେ ଜାଣିପାରି ପ୍ରତିଆକ୍ରମଣ କରିଥିଲେ। ଫଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଯବାନ ପ୍ରାଣ ହରାଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button