Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଚାର

କଳାହାଣ୍ଡି- ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡି ଗସ୍ତ କରି ପ୍ରଚାର କରିଛନ୍ତି । ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇ ସେଠାରୁ ସଡ଼କ ପଥରେ ଲାଲ୍‌ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ। ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କଲେ ରାଜନାଥ।
ଏହି ଅବସରରେ ସେ କହିଥିଲେ ଯେ, ପ୍ରଥମ ଥର କଳାହାଣ୍ଡି ଆସିଛି। ଆସନ୍ତା ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡିର ଚିତ୍ର ବଦଳିବ ଓ ଗରିବୀ ହଟିବ। ଓ ଭାଜପା ସରକାର ଆସିଲେ, ଧନୀ ଗରିବ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବୋଲି ସେ କହିଥିଲେ। ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓ ଭାଜପାକୁ କ୍ଷମତାକୁ ଆଣନ୍ତୁ। ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହା ହେଉଛି ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ବରୀଙ୍କ ଧରିତ୍ରୀ। କଳାହାଣ୍ଡି ଗରିବୀ ଓ ଦରିଦ୍ର ପାଇଁ ପରିଚିତ। ପ୍ରତ୍ୟେକ ଅଞ୍ଚଳ ବିକଶିତ ନ ହେଲେ ବିକଶିତ ଭାରତ ସମ୍ଭବ ନୁହେଁ। ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ହେଲେ ମୋଦି କରି ଦେଖାଇଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ବୋଲି କହିଥିଲେ। ଏହି ସମାବେଶରେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ,କଳାହାଣ୍ଡି ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଲୋକ ସଭା ଏମ୍‌ପି ପ୍ରାର୍ଥତ୍ନୀ ମାଳବିକା ଦେଓଙ୍କ ସମେତ ଜିଲାର ୫ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଯୋଗଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button