Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦକ୍ଷିଣ ଆଣ୍ଡାମାନ ଛୁଇଁଲା ମୌସୁମି ବାୟୁ

ଭୁବନେଶ୍ୱର- ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରବିବାର କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦ୍ୱୀପପୁଞ୍ଜରେ ବ୍ୟାପକ ବର୍ଷା ହୋଇଛି।

ତେବେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ ପହଞ୍ଚିଯିବ। ଯାହାକୁ ନେଇ ଅନ୍ୟ ରାଜ୍ୟମାନଙ୍କରେ ମୌସୁମୀ ଗତିବିଧିକୁ ନେଇ ସୂଚନା ଜାରି କରାଯାଇଛି।

IMD ର ପୂର୍ବାନୁମାନ ଅନୁସାରେ, ଚଳିତ ବର୍ଷ କେରଳରେ ମୌସୁମୀ ବାୟୁ ମେ ୨୭ରୁ ଜୁନ ୪ ଭିତରେ ପ୍ରବେଶ କରିପାରେ। କେରଳରେ ମୌସୁମୀ ଜୁନ ୧ରୁ ୪ ଭିତରେ ଆସିଥାଏ।

କିନ୍ତୁ ଏହା ପୂର୍ବରୁ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୯ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ସେହିପରି ଜୁନ ୧୫ରେ ଗୁଜୁରାଟ, ମଧ୍ୟ ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ବିହାର ପହଞ୍ଚିପାରେ ବୋଲି କୁହାଯାଇଛି।

Show More

Related Articles

Back to top button