Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି

ଭୁବନେଶ୍ୱର- ଆସନ୍ତାକାଲି ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଓଡ଼ିଶା ବିଧାନସଭାର ୩୫ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ।
ଆରାମଦାୟକ ଏବଂ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରାମ୍ପ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ଭୋଟରମାନଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ଯେଉଁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରାଯାଇଛି, ସେଠାରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ, ଡିଇଓ ଓ ରାଜ୍ୟ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପୋଲିଂ ପାର୍ଟିଗୁଡ଼ିକୁ ନିଜ ନିଜ ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି।

Show More

Related Articles

Back to top button