Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କାଲି ଓଡ଼ିଶା ଆସୁଛନ୍ତି ହେଭିୱେଟ

ଭୁବନେଶ୍ୱର- ଓଡ଼ିଶାରେ ଜମିବ ପ୍ରଚାର । କାଲି ଓଡ଼ିଶା ଆସୁଛନ୍ତି ହେଭିୱେଟ । ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ଗୋଟିଏ ଦିନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରଠାରେ ନଡ୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କଟକ ସାଲେପୁରଠାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏହି ଦୁଇ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସର ବଡ ନେତା ପ୍ରଥମ କରି ପ୍ରଚାର ଆରମ୍ଭ କରିବେ। ମଧୁବାବୁଙ୍କ ଜନ୍ମପୀଠରୁ ହିଁ ରାହୁଲ କଂଗ୍ରେସର ପ୍ରଚାର ଆରମ୍ଭ କରିବେ ବୋଲି ସ୍ଥିର ହୋଇଛି। ପିରସ୍ପର ବିରୋଧୀ ନେତାଙ୍କ ଗସ୍ତକୁ ନେଇ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ବିଜେପି ନିଶାଣରେ ଓଡ଼ିଶା ରହିଥିବାରୁ ପାର୍ଟି ପକ୍ଷରୁ ପ୍ରସ୍ତୁତ ‘ରୋଡମ୍ୟାପ୍‌‌ ଅନୁଯାୟୀ ୨୪ରେ ସୋନପୁର ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହାପରେ ୨୮ରେ ଜେପି ନଡ୍ଡା ଓଡ଼ିଶା ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button