Breaking PLUSଓଡ଼ିଶାମୁଖ୍ୟ ଖବର

ଅଂଶୁଘାତରେ 3ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର- ଜଳୁଛି ସାରା ଓଡିଶା। ଭୀଷଣ ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି ରାଜ୍ୟର ସବୁ ସହରର ତାପମାତ୍ରା। ଏହାରି ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମୋଟ୍ ୭୮୬ ଅଂଶୁଘାତ ମାମଲା ଆସିଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ, ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଅଂଶୁଘାତରେ ୧୭ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ତଦନ୍ତ ଚାଲିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button