ଦେଶପାଣିପାଗ

ଅକ୍ଟୋବର ୧ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ ‘ଶାହୀନ୍‌’

ଆସୁଛି ଶାହୀନ୍ । ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ଶୁକବ୍ରାର (ଅକ୍ଟୋବର ୧) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’ ସୃଷ୍ଟି ହେବାର ସମ୍ଭାବନା ରହିିଛି । ଏହା ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମାଞ୍ଚଳ ଏବଂ ଆଖପାଖରେ ଗୋଟାଏ ସୁଦୃଶ ଲଘୁଚାପ ପ୍ରକ୍ରିୟା ମଧ୍ୟ ରହିଛି । ‘ଜଏଣ୍ଟ୍‌ ଟାଇଫୁନ୍‌ ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ କହିଥିଲା, ଏହା ଗୋଟାଏ ସ୍ଥଳଭାଗ ବାତ୍ୟାରେ ରୂପାନ୍ତର ହୋଇପାରେ କିନ୍ତୁ, ଏହା ଉଷ୍ମତା ଓ ଶୀତଳତା ବଦଳ କ୍ଷେତ୍ର ବୋଲି ପରେ କହିଛି ।

ଏହା ସାମୁଦ୍ରିକ ବାତ୍ୟା ନ ପାଲଟି ପାରେ । ଏହା କିଛି ସମୟ ଧରି ସୁଦୃଶ ହୋଇ ରହିବ । ଏଥିଯୋଗୁଁ ଗତକାଲି ଓ ଆଜି ବର୍ଷା ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ’ର ବାତ୍ୟା ଦାୟିତ୍ୱରେ ଥିବା ସୁନୀତା ଦେବୀ କହିଛନ୍ତି ।

କତାର୍‌ ଏହି ବାତ୍ୟାର ନାମକରଣ କରିଛି ‘ଶାହୀନ୍‌’ । ‘ଶାହୀନ୍‌’ର ଅର୍ଥ ‘ରାଜକୀୟ ଶ୍ୱେତ ବାଜ’ ବା ‘ଛଞ୍ଚାଣ’ ପକ୍ଷୀ (ଗରୁଡ଼) ।

Show More

Related Articles

Back to top button