ଓଡ଼ିଶା

ବଲାଙ୍ଗିରରେ ବିଦ୍ୟାଭାରତୀ

ବଲାଙ୍ଗିରରେ ବିଦ୍ୟାଭାରତୀ । ମୃତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଆଜି ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଛନ୍ତି ଏବଂ ଆଜି ତାଙ୍କର ଫାଇନାଲ୍‌ ସେମିଷ୍ଟାର ଥିଲା । ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର(ଏଲଆଇ)ର ଛାତ୍ରୀ ହେଉଛନ୍ତି ବିଦ୍ୟାଭାରତୀ ପଣ୍ଡା । ଏବେ ତାଙ୍କର ପରୀକ୍ଷା ଚାଲିଥିବାରୁ ସେ ବଲାଙ୍ଗିରରେ ଯାଇଛନ୍ତି । କିନ୍ତୁ ମେସ୍‌ରେ ରହୁନାହାନ୍ତି । ବାହାରେ ରହି ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ଓ ପରୀକ୍ଷା ଦେଉଛନ୍ତି । ଆଜି ଏନିମାଲ୍‌ ହେଲ୍‌ଥ ବିଷୟରେ ପରୀକ୍ଷା ଥିଲା । ସାଥୀମାନଙ୍କ ସହ ହଲ୍‌ରେ ବସି ପରୀକ୍ଷା ଦେଇଛନ୍ତି ସେ । ପରୀକ୍ଷା ସାରି ପରୀକ୍ଷା କେନ୍ଦ୍ରରୁ ବାହାରି ଏକ ଧଳା ରଙ୍ଗର କାର୍‌ରେ ବସି ଚାଲିଯାଇଛନ୍ତି । ମାତ୍ର ସେ କାହା ସହିତ କଥା ହୋଇନଥିବା ସାଥୀମାନେ କହିଛନ୍ତି ।

ବଲାଙ୍ଗିରରେ ପାଠ ପଢ଼ୁଥିବା ବେଳେ ସୌମ୍ୟଙ୍କୁ ବିବାହ କରିଥିଲେ ବିଦ୍ୟାଭାରତୀ । ମିଳିଥିବା ଖବର ଅନୁଯାୟୀ ବାହାଘର ପରେ ବଲାଙ୍ଗିର ଆସିଥିଲେ ଆଉ ସାଥୀମାନଙ୍କୁ ଦେଇଥିଲେ ବ୍ୟାଚ୍‌ଲର ଭୋଜି । କିନ୍ତୁ ଆଜି ପରୀକ୍ଷା ଦେବାକୁ ଆସିଥିଲେ ବିଦ୍ୟାଙ୍କ ସାଥୀମାନେ । ସେମାନେ କିନ୍ତୁ କହିଲେ ଆଉକିଛି । ସେମାନଙ୍କ କହିବା କଥା ଆମେ ଭୋଜି ଖାଇଛୁ, ମାତ୍ର ତାହା ବ୍ୟାଚଲର ଭୋଜି ନଥିଲା ।

Show More

Related Articles

Back to top button