Breaking PLUSଓଡ଼ିଶାରାଜନୀତି

ରାତି ପାହିଲେ ପିପିଲି ଉପନିର୍ବାଚନ : ସକାଳ ୭ରୁ ମତଦାନ ଆରମ୍ଭ

ଆସନ୍ତାକାଲି ପିପିଲି ଉପନିର୍ବାଚନ । ବିଧାୟକ ଚୟନ କରିବେ ପିପିଲିବାସୀ । କରୋନାକୁ ଦୃଷ୍ଟିରେ ରଖି ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।  ସମ୍ବେଦନଶୀଳ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପୂରା ବ୍ୟବସ୍ଥାକୁ ସିସିଟିଭିର ନଜରରେ ରଖାଯାଇଛି । ନିର୍ବାଚନ ପାଇଁ ପୋଲିଂ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ଇଭିଏମ ମେସିନ ସହ ଭୋଟ ଗ୍ରହଣ ପାଇଁ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି । ରାତି ପାହିଲେ ବିଧାୟକ ବାଛିବେ ପିପିଲିର ୨ଲକ୍ଷ ୨୯ ହଜାର ଭୋଟର । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି ।

ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୪୮ ରୁ ୧୭୫ ସମ୍ବେଦନଶୀଳ ବୁଥ୍ । ଉପନିର୍ବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ । ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛି । ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି । ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେହିପରି ପୋଲିଂ ବୁଥ୍ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍ ଟିମ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।

କେନ୍ଦ୍ରୀୟ ଫୋର୍ସ ମୂତୟନ ନେଇ ବିଜେଡ଼ି ବିଜେପି ମୁହାଁମୁହିଁ । ପିପିଲି ଉପନିର୍ବାଚନ ସମୟରେ ୯୭ଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ନେଇ ସିଇଓଙ୍କୁ ଭେଟି ଦାବି ଜଣାଇଛି ବିଜେପି । କେନ୍ଦ୍ରିୟ ଫୋର୍ସ ତଥା ପାରା ମିଲିଟାରୀ ଫୋର୍ସ ମୁତୟନ ଦାବିରେ ଗତକାଲି ବିଜେପିର ୭ ଜଣିଆ ଟିମ୍ ସିଇଓଙ୍କୁ ଭେଟି ଦାବି ଜଣାଇଥିଲେ । ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି । ବିଜେଡ଼ି କହିଛି ରାଜନୈତିକ ଷ୍ଟଣ୍ଟ ତଥା ଡ୍ରାମା କରୁଛି ବିଜେପି ।

ଭୋଟରଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମତଦାତା ଭୋଟ ଦେବା ପୂର୍ବରୁ ସେମାନଙ୍କୁ ଗ୍ଲୋବସ ଦିଆଯିବ ଓ ଭୋଟ୍ ଦେବା ପରେ ମେସିନର ସାନିଟାଇଜ୍ କରାଯିବ । ତାପରେ ଆଉ ଜଣେ ଭୋଟର ଭୋଟ ଦେବେ । ସେହିପରି ଯେଉଁମାନଙ୍କ ନିକଟରେ କରୋନାର କିଛି ଲକ୍ଷଣ ଥିବ ସେମାନେ ଶେଷ ମୂହୂର୍ତ୍ତରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button