Breaking PLUSଦେଶମୁଖ୍ୟ ଖବର

ଖେଳୁଥିବା ବେଳେ ବଲ୍ ଭାବି ବୋମା ଉଠାଇ ଜଣେ ମୃତ

କୋଲକାତା- ସୋମବାର ପଶ୍ଚିମବଙ୍ଗର ହୁଗଳିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ଶିଶୁ ଆହତ ହୋଇଛନ୍ତି। କୁହାଯାଉଛି ଯେ ପିଲାମାନେ ଖେଳିବା ସମୟରେ ବୋମା ଉଠାଇ ନେଇଥିଲେ। ହେଲେ ତାହା ବଲ ନୁହେଁ ଏକ ବୋମା ଥିଲା। ତା’ପରେ ଏହା ବିସ୍ଫୋରଣ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଯେତେବେଳେ ପିଲାମାନେ ଏକ ବୋମା ଉଠାଇ ବଲ ଭାବି ଏହାକୁ ଖେଳୁଥିଲେସେତେବେଳେ ଏହା ଫାଟିଗଲା। ସେଠାରେ ଖେଳୁଥିବା ଅନେକ ପିଲା ଏହି ବିସ୍ଫୋରଣରେ ଆହତ ହୋଇଥିଲେ। ପିଲାମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ୧୧ ବର୍ଷୀୟ ରାଜ ବିଶ୍ୱଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button