Breaking PLUSଦେଶମୁଖ୍ୟ ଖବର

ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶ

ନୂଆଦିଲ୍ଲୀ- ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶ । କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମରେ ୯୯. ୪୭ ଏବଂ ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି। ଉଭୟ ଦଶମ ଏବଂ ଦ୍ଵାଦଶରେ ଛାତ୍ରୀମାନେ ଯଥାକ୍ରମେ ୯୯.୬୫ ଏବଂ ୯୮.୯୨ ପ୍ରତିଶତ ପାସ୍ କରିଛନ୍ତି। ଚଳିତ ବର୍ଷ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ମୋଟ୍ ୩.୪୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀରେ ୧ଲକ୍ଷ ୩୦ ହଜାର ୫୦୬ ଛାତ୍ର ଏବଂ ୧ ଲକ୍ଷ ୧୩ ହଜାର ୧୧୧ ଛାତ୍ରୀ ପରୀକ୍ଷା ଦେଇଥିଲେ। ଦ୍ଵାଦଶ ଶ୍ରେଣୀରେ ୪୭ ହଜାର ୧୩୬ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ ୪୬ ହଜାର ୬୨୬ ଛାତ୍ରୀ ପାସ୍ କରିଛନ୍ତି । ସେହିପରି ଚଳିତବର୍ଷ ୫୨, ୭୬୫ ଛାତ୍ର ପରୀକ୍ଷା ଦେଇଥିବାବେଳେ ୫୧ ହଜାର ୪୬୨ଜଣ ଛତ୍ର ପାସ୍ କରିଛନ୍ତି। ତେବେ ଚଳିତବର୍ଷ ଉଭୟ ଦଶମ ଏବଂ ଦ୍ଵାଦଶରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button