ଖେଳ

ନଭେମ୍ବରର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଲେ ମହମ୍ମଦ ସାମି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ମହମ୍ମଦ ସାମିଙ୍କ ବ୍ୟତୀତ ଆଇସିସି ଦୁଇ ଜଣ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ମଧ୍ୟ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ମନୋନୀତ କରିଛି ଆଇସିସି। ଏହି ଦୁଇ ଖେଳାଳି ହେଲେ ଟ୍ରାଭିସ୍ ହେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ। ନଭେମ୍ବର ୭ତାରିଖରେ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ ହେବା ନେଇ ସୂଚନା ଦେଇଥିଲା। କ୍ରିକେଟ୍ ର ସର୍ବୋଚ୍ଚ ସଂସ୍ଥା କହିଛି ଯେ ନଭେମ୍ବର ମାସରେ ମହମ୍ମଦ ସାମି, ଟ୍ରାଭିସ୍ ହେଡ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ବିଶ୍ୱକପ୍ ୨୦୨୩ରେ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ସାମି, ମୁଖ୍ୟ ମ୍ୟାକ୍ସୱେଲଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୨୩ ବିଶ୍ୱକପ୍ ରେ ମହମ୍ମଦ ସାମି ବହୁତ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ନଭେମ୍ବରରେ ସେ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୨.୦୬ ହାରରେ ୧୫ୱିକେଟ୍ ନେଇଥିଲେ। ତାଙ୍କର ଇକୋନୋମି ରେଟ୍ ଥିଲା ୫.୬୮। ବିଶ୍ୱକପ୍ ୨୦୨୩ରେ ତାଙ୍କର ସମସ୍ତ ମ୍ୟାଚ୍ ବିଷୟରେ କହିବାକୁ ଗଲେ ସେ ମୋଟ ୨୪ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ସାମି ୭ଟି ୱିକେଟ୍ ନେଇଥିଲେ।

Show More

Related Articles

Back to top button