ଖେଳ

ଡ୍ରେସିଂ ରୁମରେ ପହଞ୍ଚି ଭାରତୀୟ ଦଳକୁ ସାନ୍ତ୍ୱନା ଦେଲେ ମୋଦୀ

ଦିନିକିଆ ବିଶ୍ୱକପ-୨୦୨୩ରେ ଭାରତକୁ ୬ ୱିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ତେବେ ଏହି ପରାଜୟ ପରେ ସାରା ଭାରତବାସୀଙ୍କ ଆଖି ଲୁହରେ ଭରି ଯାଇଛି । କେବଳ ଭାରତୀୟ ନୁହେଁ, ଟିମ ଇଣ୍ଡିଆର କ୍ରିକେଟରମାନେ ମଧ୍ୟ ଆଖିରୁ ଲୁହକୁ ରୋକି ପାରି ନାହାନ୍ତି । ରୋହିତ, ବିରାଟ ଏବଂ ସିରାଜଙ୍କ ସମେତ ସମସ୍ତ ଖେଳାଳିଙ୍କୁ କାନ୍ଦୁଥିବାର ଦେଖିଛି ସାରା ବିଶ୍ୱ । ତେବେ ଏହି ମ୍ୟାଚ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚି ଖେଳାଳିମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି । ବିଶ୍ୱକପରେ ଟିମ ଇଣ୍ଡିଆ ହାରିବା ପରେ ଡ୍ରେସିଙ୍ଗ ରୁମ ନିସ୍ତବ୍ଧ ହୋଇ ପଡ଼ିଥିଲା । ସମସ୍ତେ ଆଖିରେ ପରାଜୟର ଲୁହ ଏବଂ ଛାତିରେ କୋହକୁ ଚାପି ରଖି ଅବାକ୍ ହୋଇ ବସି ରହିଥିଲେ । ତେବେ ଏହି ଦୁଃଖରେ ନିଜକୁ ସାମିଲ କରିବାକୁ ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାଡେଜା, ଶାମୀଙ୍କ ଏବଂ ଅନ୍ୟ ଖେଳାଳିମାନଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜାଡେଜା ଏବଂ ଶାମୀ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ନିଜର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଜାଡେଜାଙ୍କ ସହ ହାତ ମିଳାଇଥିବା ବେଳେ ଶାମୀଙ୍କୁ କୁଣ୍ଢାଇ ପକାଇ ସାନ୍ତ୍ୱନା ଦେଇ କହିଛନ୍ତି ବିଶ୍ୱକପ ପରାଜୟକୁ ଭୁଲି ନୂଆ ଆରମ୍ଭ କରିବାକୁ କହିଛନ୍ତି।

Show More

Related Articles

Back to top button