Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସାଲେପୁରରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ସମାବେଶ

କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନେଇ ସରକାର ଚାଲୁଛି- ରାହୁଲ

ଭୁବନେଶ୍ୱର- ଆଜି ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପିସିିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଅଜୟ କୁମାରଙ୍କ ସହିତ ବହୁ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ଭୁବନେଶ୍ବରରୁ ସିଧାସଳଖ ହେଲିକପ୍ଟର ଯୋଗେ ସତ୍ୟଭାମାପୁର ଯାଇଥିଲେ। ରାହୁଲ ଗାନ୍ଧୀ ସତ୍ୟଭାମାପୁରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମାଲ୍ୟାର୍ପଣ ପରେ ମଧୁବାବୁଙ୍କ ଜନ୍ମପୀଠ ବୁଲି ଦେଖିଥିଲେ।

ରାହୁଲ ଗାନ୍ଧୀ ସେଠାରୁ ଯାଇ ସାଲେପୁର ନ୍ୟାୟ ସମାବେଶରେ ସାମିଲ ହୋଇଥିଲେ। କଂଗ୍ରେସର ସାଲେପୁର ନ୍ୟାୟ ସମାବେଶରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ ଆରମ୍ଭରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ ନବୀନ ପଟ୍ଟନାୟକ ଏଠାରେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆରଏସ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆରଏସ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। ଅଙ୍କଲ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ। ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି। ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି। କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button