Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଂଚ କଲେ ଡିଜିପି

ଭୁବନେଶ୍ୱର, 20 ନଭେମ୍ବର – ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ସୋମବାର ଦିନ ଡିଜିପି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି । ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଡିସିପିଙ୍କ ତତ୍ୱାବଧାନରେ ୮ ଅତିରିକ୍ତ ଡିସିପି, ୧୬ ଏସିପି ରହିବେ । ସେହିପରି କ୍ୟୁଆରଟି , ବୋମା ସ୍କ୍ୱାଡ୍ ଓ ୨୦ ଇନସ୍ପେକ୍ଟର ମୁତୟନ ହେବେ । ବିଧାନସଭା ସିସିଟିଭି ନଜରରେ ରହିବ । ଆବଶ୍ୟକ ସ୍ଥଳେ ଡ୍ରୋନ୍ ର ସହାୟତା ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ।

Show More

Related Articles

Back to top button