ଓଡ଼ିଶା

ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ଘଟଣା, ପ୍ରଶାସନକୁ ନିଶାନା ସାଧିଲେ ଅପରାଜିତା

ଭୁବନେଶ୍ୱର, 20 ନଭେମ୍ବର – ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ଘଟଣାରେ ପ୍ରଶାସନକୁ ସିଧା ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ ବେଆଇନ ସୁଧ କାରବାର ପାଇଁ ଏହି ହିଂସାକାଣ୍ଡ ଘଟିଛି । ସେ କହିଛନ୍ତି ଯେ ୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି । ୧୫୫ ଜଣଙ୍କୁ ପୋଲିସ ଗିରଫ କରିଛି, ସେଥିରେ ୫୪ ଜଣ ମହିଳା ଅଛନ୍ତି ।

ସେ କହିଛନ୍ତି, ଗାଁ ଜନଶୂନ୍ୟ ହୋଇ ଯାଇଛି । ବୃଦ୍ଧବୃଦ୍ଧା ଓ ଛୋଟପିଲା ଅସହାୟ ଅବସ୍ଥାରେ ରହିଛନ୍ତି ।

ସେ କହିଛନ୍ତି ଯେ ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି . ସେ କହିଛନ୍ତି ବିଜେଡି ପ୍ରୋତ୍ସାହନରେ ସେଠାରେ ମହାଜନୀ କାରବାର ଚାଲିଛି । ମନି ଲଣ୍ଡରିଂ ଆକ୍ଟର ଖୋଲା ଉଲ୍ଲଂଘନ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Show More

Related Articles

Back to top button