Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ପବିତ୍ର ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ, ୨୦ ନଭେମ୍ବର – ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏନେଇ ଚଳଚଂଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ । ମଙ୍ଗଳବାର ଶ୍ରୀରାଧାଙ୍କ ପାଦ ଦର୍ଶନ । ଏଥିସହ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନର ସୌଭାଗ୍ୟ ଲାଭ କରିବେ ଶ୍ରଦ୍ଧାଳୁ । କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜଗଦ୍ଧାତ୍ରୀଙ୍କ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଏବଂ ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷ ମୂଳରେ ପୂଜାର୍ଚ୍ଚନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରିବେ । ସେହିପରି ଭିଆଇପି ପାସ୍ ଧାରୀ ମାନେ ଦକ୍ଷିଣ ଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରିବେ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୂତୟନ ହେବେ ।

Show More

Related Articles

Back to top button