Breaking PLUSଦେଶମୁଖ୍ୟ ଖବର

ଆତ୍ମସମର୍ପଣ କଲେ 35 ମାଓବାଦୀ

ଦାନ୍ତେୱାଡା- ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ରବିବାର ୩୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମାଓବାଦୀଙ୍କୁ ଧରାଇ ଦେବା ଲାଗି ପୁରସ୍କାର ଘୋଷଣା କରାଯାଇଥିଲା।
ଦାନ୍ତେଓ୍ଵାଡ଼ା ପୁଲିସ ଦ୍ୱାରା ପରିଚାଳିତ ଅଭିଯାନରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ଦାନ୍ତେଓ୍ଵାଡା ରେଞ୍ଜର ଡିଆଇଜି କମଳଲୋଚନ କଶ୍ୟପ ଏବଂ ସିଆରପିଏଫ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ମାଓ ସଂଗଠନର ଭୈରରାମଗଡ଼ ଓ କାଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ଥିବା କୁହାଯାଉଛି। ଏହି ମାଓବାଦୀମାନେ ରାସ୍ତା ଅବରୋଧ ସମେତ ଅନେକ ନକ୍ସଲ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button