Breaking PLUSଦେଶମୁଖ୍ୟ ଖବର

ନିର୍ବାଚନ ଦେଖିବେ 75ଜଣ ଅନ୍ତର୍ଜାତୀୟ ପ୍ରତିନିଧି

ନୂଆଦିଲ୍ଲୀ- ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏହି ବିଶାଳ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। ଶ୍ରୀ କୁମାର ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ଲୋକସଭା ନିର୍ବାଚନ ଦେଖିବା ପାଇଁ ପ୍ରତିନିଧିମାନେ ଗତକାଲି ଭାରତରେ ପହଞ୍ଚିଥିଲେ। ଆଜି ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button