Breaking PLUSଓଡ଼ିଶା

ରାଜଧାନୀକୁ ଫେରିବ ରାହାଗିରି

ବିଏମସି କର୍ପୋରେସନ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ ରାଜଧାନୀକୁ ପୁଣି ଫେରିବ ରାହାଗିରି। ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଦିନ ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ। ରାହାଗିରି ପାଇଁ କମିଟି ଗଠନ କରିବ ବିଏମସି । ରାହାଗିରିରେ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିସହ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଗଲା। ସାନିଟେସନ,ଟୟଲେଟ ସହ ଯେଉଁ ୱାର୍ଡରେ ୱାର୍ଡ ଅଫିସ ହୋଇନାହିଁ ଶୀଘ୍ର ୱାର୍ଡ ଅଫିସ ନିର୍ମାଣ ପାଇଁ ଆଲୋଚନା କରାଗଲା। ଜାଗା ମିଶନର ଅଭିଯୋଗ ଏବେକାର ନୁହଁ ଯେଉଁଠି ତ୍ରୁଟି ରହିଛି ବ୍ୟକ୍ତିଗତ ଭାବେ ସଂଶୋଧନ କରୁଛୁ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଲୋକମାନେ ସ୍ବପ୍ନରେ ଭାବିନଥିଲେ ଭୁବନେଶ୍ୱରରେ ଘର ମିଳିବ । ସେ ଆଜି ଛାତ ଘର ପାଉଛନ୍ତି ଆଉ ସୁନ୍ଦର ଲୋକେସନରେ ପାଉଛନ୍ତି।

Show More

Related Articles

Back to top button