Breaking PLUSଦେଶ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଆଶ୍ୱସ୍ତି

ରାଜ୍ୟରେ ହୋଇଥିବା କଥିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ନଭେମ୍ବର ୨୦ ତାରିଖ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହି ମାମଲାରେ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଏକ ଘରୋଇ ରିପୋର୍ଟ ଅନୁସାରେ  ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ମିଳିଛି। ତେବେ ଚନ୍ଦ୍ରବାବୁ ନାଇଡୁଙ୍କୁ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଏହା ବ୍ୟତୀତ ଆତ୍ମସମର୍ପଣ ସମୟରେ ସିଲ୍ ହୋଇଥିବା ଲଫାପା ମଧ୍ୟରେ ରାଜମେହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରର ଅଧିକ୍ଷକଙ୍କ ନିକଟରେ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ୩୩୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର କୁହାଯାଉଛି। ଯେଉଁ ମମାଲାରେ ଗିରଫ ହେବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା। ଏହି ଦୁର୍ନୀତି ସେତେବେଳେ ହୋଇଥିଲା ଯେତେବେଳେ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ। ଗତ ୨୦୧୬ ବର୍ଷରେ ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଗଠିତ ହୋଇଥିଲା ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ। ଯାହା ମାଧ୍ୟମରେ ରାଜ୍ୟର ବେରୋଜଗାର ଯୁବପିଢିଙ୍କ ଦକ୍ଷତା ବଢାଇବା ପାଇଁ ସେମାନଙ୍କୁ ବୃତିଗତ କୌଶଳ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା ହୋଇଥିଲା। ଏନେଇ ତତ୍କାଳୀନ ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ନାଇଡୁ ସରକାର ୩୩୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଏକ ସ୍ମାରକପତ୍ର ସ୍ୱାକ୍ଷର କରିଥିଲେ। ଏନେଇ ସ୍ୱାକ୍ଷର ହୋଇଥିବା ସ୍ମାରକପତ୍ରରେ ସିମେନ୍ସ ଇଣ୍ଡଷ୍ଟ୍ରି ସଫ୍ଟୱେୟାର ଇଣ୍ଡିଆ ଲିମିଟେଡ ଏବଂ ଡିଜାଇନ ଟେକ୍ ସିଷ୍ଟମ ପ୍ରାଇଭେଟ ଲିମିଟେଡ ଅନ୍ତର୍ଭୂକ୍ତ ରହିଥିଲା। ଯାହାକୁ ଦକ୍ଷତା ବିକାଶ ପାଇଁ ୬ କେନ୍ଦ୍ର ସ୍ଥାପନ କରିବାକୁ କୁହାଯାଇଥିଲା।

Show More

Related Articles

Back to top button