ଖେଳ

KKR କୁ ଫେରିଲେ ଗୌତମ ଗମ୍ଭୀର

ବିଶ୍ୱକପ ପରେ ବର୍ତ୍ତମାନ ଆଇପିଲ ଲିଗ୍ କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ସବୁଠୁ ବଡ଼ ଚର୍ଚ୍ଚା ପାଲଟିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗତ ଆଇପିଏଲ-୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟ ଦଳର ମେଣ୍ଟର ପଦରେ ରହିଥିବା ଗୌତମ ଗମ୍ଭୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ପୁଣିଥରେ ନିଜର ପୂର୍ବ ଦଳ କୋଲକାତା ନାଇଟ ରାଇଡର୍ସ ସହ ଯୋଡ଼ି ହୋଇଥିବା ଜାଣିବାକୁ ମିଳିଛି । ନିଜ ନେତୃତ୍ୱରେ କୋଲକାତାକୁ ୨ଥର ଚମ୍ପିଆନ୍ କରିଥିବା ଗମ୍ଭୀର ପୁଣିଥରେ ଦଳ ସହ ସାମିଲ ହୋଇଛନ୍ତି । ଏ ନେଇ ଗୌତମ କହିଛନ୍ତି ଯେ, ମୁଁ ଇମୋସନାଲ ନୁହେଁ, ତେଣୁ ଏଭଳି ଜିନିଷ ମୋତେ ବିଶେଷ ପ୍ରଭାବିତ କରିପାରେ ନାହିଁ । ତେବେ ଯେଉଁଠୁ ସବୁକିଛି ଆରମ୍ଭ ହୋଇଥିଲା, ପୁଣିଥରେ ସେଠିକୁ ଫେରିବା ଭଳି ମନେ ହେଉଛି । ଏହାପରେ ନିଜ ଜର୍ସି ନମ୍ବର ୨୩ ସହିତ କୋଲକାତାର ଟ୍ୟାଗ୍ ଲାଇନ୍ “ଆମି କେକେଆର” କହିଛନ୍ତି । ଟିମ ଇଣ୍ଡିଆର ଦୁଇ ବିଶ୍ୱକପ(୨୦୦୭ ଏବଂ ୨୦୧୧) ବିଜୟରେ ପ୍ରମୁଖ ସଦସ୍ୟ ଥିବା ଗମ୍ଭୀର ୨୦୧୧ ମସିହାରେ କୋଲକାତା ନାଇଟ ରାଇଡର୍ସ ସହ ଦଳରେ ସାମିଲ ହୋଇଥିଲେ । ଏହାପରେ ୨୦୧୭ ପର୍ଯ୍ୟନ୍ତ ଏହି ଦଳରେ ରହିଥିଲେ ଗମ୍ଭୀର । ଏହି ସମୟରେ କୋଲକାତା ୫ଥର ପ୍ଲେଅଫ୍ ରେ ସ୍ଥାନ ପକ୍କା କରିଥିବା ବେଳେ ୨ ଥର ଚମ୍ପିଆନ୍ ପାଲଟିଛି । ୨୦୧୨ ଏବଂ ୨୦୧୪ ମସିହାରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ଟ୍ରଫି ହାସଲ କରିଥିଲା ।

Show More

Related Articles

Back to top button