Breaking PLUSଦେଶମୁଖ୍ୟ ଖବରରାଜନୀତି

ପିଏମ ମୋଦିଙ୍କ ନେତୃତ୍ୱରେ ବିଜେପିକୁ ପୂର୍ଣ୍ଣ ବହୁମତ ଦେବେ ଜନତା- ଅମିତ ଶାହ

ଜୟପୁର, 23 ନଭେମ୍ବର – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜସ୍ଥାନର ଜନତା ବିଜେପିକୁ ପୂର୍ଣ୍ଣ ବହୁମତ ଦେବେ । ଏଠାରେ ସବୁ ରେକର୍ଡ ଭାଙ୍ଗି ବିଜେପି ସରକାର ଗଠନ କରିବ । ଦେଶରେ ପ୍ରଚଳିତ ପୁରୁଣେ ପେନନ ସ୍କିମ ଉପରେ ଶାହ କହିଛନ୍ତି ଯେ, ଓପିଏସକୁ ନେଇ କମିଟି ଗଠନ ହୋଇଛି ।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶାହ କହିଛନ୍ତି ଯେ, ରାଜସ୍ଥାନରେ ଗତ 5ବର୍ଷରେ ପ୍ରତିଦିନ 19ଟି ମାମଲା ସାମ୍ନାକୁ ଆସିଛି । ଏଠାରେ 35ହଜାରରୁ ଅଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଦେଶରେ ହେଉଥିବା ଦୁଷ୍କର୍ମର 22 ପ୍ରତିଶତ ମାମଲା ଏଠାରେ ହୋଇଛି । କିନ୍ତୁ ଅଶୋକ ଗେହେଲଟ୍ ସରକାରଙ୍କ ଉପରେ କୌଣସି ଫରକ ପଡୁନାହିଁ । ଅଶୋକ ଗେହେଲଟଙ୍କ ବିରୁଦ୍ଧରେ ମହିଳାମାନେ ଏକାଠି ହୋଇ ନରେନ୍ଦ୍ର ମୋଦି ସହ ଠିଆ ହୋଇଛନ୍ତି । ରାଜସ୍ଥାନରେ 19ହଜାରରୁ ଅଧିକ ଚାଷୀଙ୍କ ଭୁମି ନିଲାମ ହୋଇଛି । ଚାଷୀ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇ ଗେହେଲଟ୍ ସରକାର 5ବର୍ଷରେ ଚାଷୀ ଋଣ ଛାଡ କରିପାରିନାହାନ୍ତି । ଏଠାରେ ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପିଏମ ମୋଦି ଦେଶକୁ ସୁରକ୍ଷିତ କରିଛନ୍ତି, ସମୃଦ୍ଧ କରିଛନ୍ତି, ଅର୍ଥ ବ୍ୟବସ୍ଥାକୁ 5ମ ସ୍ଥାନକୁ ଆଣିଛନ୍ତି । ଚନ୍ଦ୍ରରେ ତ୍ରିରଙ୍ଗା ଉଡାଇଛନ୍ତି ।

Show More

Related Articles

Back to top button