ବଲିଉଡସେଲିବ୍ରିଟି

ଅମୀରଙ୍କ ତୃତୀୟ ବିବାହକୁ ନେଇ ଚର୍ଚ୍ଚା

ତୃତୀୟ ବିବାହ କରିବେ କି ବଲିଉଡ ସୁପରଷ୍ଟାର ଅମୀର ଖାନ ! ଅମୀର ନିଜର ଜଣେ କୋ-ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ଅମୀର ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁନାହାନ୍ତି ବୋଲି କୁହାଯାଉଛି ।

ଅମୀରଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା । ରୀନାଙ୍କ ଠାରୁ ଅଲଗା ହେବାପରେ ୨୦୦୫ ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ । ବିବାହର ୧୫ ବର୍ଷ ପରେ ୨୦୨୧ରେ ଦୁହେଁ ଅଲଗା ହୋଇଯାଇଛନ୍ତି । ତେବେ ବିବାହ ବିଚ୍ଛେଦ ପରେ ବି ଦୁହେଁ ଭଲ ବନ୍ଧୁ ହୋଇ ରହିବେ ବୋଲି ଅମୀର କହିଥିଲେ ।

Show More

Related Articles

Back to top button