ଖେଳସେଲିବ୍ରିଟି

ଶତକ ପରେ ଷ୍ଟାଡିୟମରେ ସଚିନଙ୍କୁ ସଲାମ ଏବଂ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍ କିସ୍ କଲେ କୋହଲି

୫୦ଶତକ ହାସଲ କରିବା ପରେ ଷ୍ଟାଡିୟମରେ ଖେଳ ଦେଖୁଥିବା ଦୁଇଜଣଙ୍କୁ ଇସାରା କରିଥିଲେ ବିରାଟ । ସଚିନ ବେଶ ଖୁସିର ସହ ଉତ୍ସାହିତ କରିଥିବାବେଳେ ତାଙ୍କୁ ସଲାମ କରିଥିଲେ କୋହଲି । ଏହାସହ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପୂର୍ବ ଭଳି ଫ୍ଳାଇଙ୍ଗ୍ କିସ କରିଥିଲେ ବିରାଟ । ଅନୁଷ୍କା ମଧ୍ୟ ବିରାଟଙ୍କୁ ଫ୍ଲାଇଙ୍ଗ କିସ୍ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସଚିନ ମଧ୍ୟ କରତାଳି ମାଧ୍ୟମରେ ବିରାଟଙ୍କ ଶତକୀୟ ରେକର୍ଡକୁ ଅଭିନନ୍ଦନ ଜଣାଇଛନ୍ତି। ସେପଟେ ସୋସିଆଲ ମିଡିଆରେ ମଧ୍ୟ ନିଜର ସ୍ମୃତିକୁ ବଖାଣିବା ସହ ଅଭିନନ୍ଦନ ଜଣାଇଛନ୍ତି ।ସୂଚନା ଅନୁସାରେ ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ। ବିଶ୍ବକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କଲେ ବିରାଟ କୋହଲି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଏହି ଶତକ ହାସଲ ସହ ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ କୋହଲି ।ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଅତିକ୍ରମ କଲେ ବିରାଟ କୋହଲି । କ୍ୟାରିଅରର ୨୯୧ତମ ମ୍ୟାଚ୍ ତଥା ୨୭୯ତମ ଇନିଂସରେ କଲେ ମ୍ୟାଚରେ ଏହି ବିଶ୍ଵ ରେକର୍ଡ କରିଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିଲେ ପ୍ରଥମ ଶତକ । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ମୋଟ ଶତକ ସଂଖ୍ୟା ୮୦ ଛୁଇଁଲା । ବିରାଟଙ୍କ ନାମରେ ଟେଷ୍ଟରେ ୨୯ ଓ ଟି – ୨୦ରେ ଗୋଟିଏ ଶତକ ରହିଛି । ଦିନିକିଆରେ ପାକିସ୍ତାନ ବିରୁଦ୍ଧରେ ୨୦୧୨ରେ କରିଥିବା ୧୮୩ ହେଉଛି ତାଙ୍କର ସର୍ବାଧିକ ଦିନିକିଆ ସ୍କୋର ।

Show More

Related Articles

Back to top button