ରାଜନୀତି

ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ

ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶି ଏହି ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭିଜିଲାନ୍ସ ବିଭାର ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍‌ସେନାଙ୍କ ପାଖକୁ ପଠାଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ କରିଛନ୍ତି। ଏଥିସହ ମନ୍ତ୍ରୀ ଅତିଶିଙ୍କୁ ଏହି ରିପୋର୍ଟ ସିବିଆଇ ଓ ଇଡି ପାଖକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ୬୭୦ ପୃଷ୍ଠା ସମ୍ବଲିତ ଏହି ରିପୋର୍ଟରେ ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାର ଓ ଡିଭିଜନାଲ କମିଶ୍ନର ଅଶ୍ୱିନୀ କୁମାରଙ୍କୁ ତରନ୍ତ ସେମାନଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି। ଏଥିସହ ଏହି ମାମଲା ସହ ଜଡିତ ସମସ୍ତ ଫାଇଲକୁ ତୁରନ୍ତ ଜବତ କରିବାକୁ କୁହାଯାଇଛି। ତେବେ ଦ୍ୱାରକା ଏକ୍ସପ୍ରେସୱେ ପ୍ରକଳ୍ପରେ ଜମି ଅଧିଗ୍ରହଣରେ ଅନିୟମିତତା କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ମନ୍ତ୍ରୀ ଅତିଶୀ ସିଂହଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କେଜ୍ରିୱାଲ । ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ପୁଅ କରଣ ଚୌହାନ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ, ଯାହାକୁ ଏକ ସଡକ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ପାଇଁ କ୍ଷତିପୂରଣ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସୋମବାର ଦିନ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ତରଫରୁ ବିଭାଗୀୟ କମିଶନର ଅଶ୍ୱିନୀ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

Show More

Related Articles

Back to top button