Breaking PLUSଓଡ଼ିଶା

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ଏବେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ସେହିପରି ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି କୌଣସି ତୃଟି ନ ରୁହେ ସେଥିପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି । ସୂଚନା ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ପ୍ରଥମେ ବାରିପଦାରେ ପହଞ୍ଚିବେ। ଏହା ପରେ ବାରିପଦା ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ”ର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ତେବେ ରାଷ୍ଟ୍ରପତିଙ୍କ ସହ ଏହି ସମ୍ମିଳନୀରେ ରାଜ୍ୟପାଳ ରଘୁବର ଦାସ, ଝାଡ଼ଗ୍ରାମ ଲୋକସଭା ସଂସଦ କୁଆଁର ହେମ୍ବ୍ରମ୍, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

Show More

Related Articles

Back to top button