Breaking PLUSଦେଶ

ଭୋଟ ପାଇଁ ସ୍ଥଗିତ ରହିଥିଲା ଦୀପାବଳି ପାଳନ

ଭୋଟ ପାଇଁ ସ୍ଥଗିତ ରହିଲା ଦୀପାବଳି ପାଳନ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ମଧ୍ୟ ପ୍ରଦେଶର ଅଲୀରାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇନଥିବାରୁ ଦୀପାବଳି ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଜିଲ୍ଲାରେ ଅବସ୍ଥିତ  ଏକ ଗ୍ରାମର ବାସିନ୍ଦା। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପର୍ବପର୍ବାଣୀ ପାଳନ କରିବାକୁ ଯାଇ ନିଜର ଅନ୍ୟ ସମସ୍ତ କାର୍ଯ୍ୟ କରିବା ଛାଡ଼ି ଦେଇଥାନ୍ତି। ସେମାନଙ୍କୁ ନିଶ୍ଚିତ ଭାବରେ ପର୍ବ ପାଳନ ଲାଗି ଛୁଟି ଆବଶ୍ୟକ ହୋଇଥାଏ। ପର୍ବପର୍ବାଣୀ ଅବସରରେ ପରିବାର ସହିତ ସମୟ ଅତିବାହିତ କରିବାକୁ ସେମାନେ ଚାହିଁଥାନ୍ତି। ପର୍ବପର୍ବାଣୀ ପାଳିବା ସମୟରେ ସାମାନ୍ୟତମ ବିଶୃଙ୍ଖଳା ମଧ୍ୟ ପସନ୍ଦ କରନ୍ତି ନାହିଁ। ମାତ୍ର ମଧ୍ୟ ପ୍ରଦେଶର ଅଲୀରାଜପୁର ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମରଲ ବାସିନ୍ଦା ଚଳିତ ବର୍ଷ ଦୀପାବଳି ପାଳନକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୀପାବଳି ପାଳନ ନିର୍ବାଚନ ପାଇଁ ସ୍ଥଗିତ ରଖାଯାଇଛି। ଏକ ଘରୋଇ ରିପୋର୍ଟ ଅନୁଯାୟୀ, ୨୦୨୩ ବିଧାନସଭା ନିର୍ବାଚନ ପାଇଁ ହେବାକୁ ଯାଉଥିବା ମତଦାନ ପାଇଁ ଦୀପାବଳି ପାଳନକୁ ସ୍ଥଗିତ ରଖିଥିବା ଗାଁ ହେଉଛି ସାଜନପୁର। ଯାହା ମଧ୍ୟ ପ୍ରଦେଶର ଅଲୀରାଜପୁର ଜିଲ୍ଲାରେ ଅବସ୍ଥିତ। ସାଜନପୁର ଗ୍ରାମରେ ଭିନ୍ନ ଏକ ପଦ୍ଧତିରେ ପାଳିତ ହୋଇଥାଏ ଦୀପାବଳି। ଦୀପାବଳି ଅବସରରେ ଗାଁ ଲୋକେ ମନ୍ଦିରରେ ଏକାଠି ହୋଇଥାନ୍ତି। ସମସ୍ତେ ଏକାଠି ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଏହା ପରେ ସେମାନେ ଦୀପ ଜାଳିବା ସହ ଆତସବାଜି କରିଥାନ୍ତି। ପ୍ରତିବର୍ଷ ଆଲିରାଜପୁର ଜିଲ୍ଲାରେ ଅବସ୍ଥିତ ସାଜନପୁର ଗ୍ରାମରେ ତାରିଖ ଏବଂ ଦିନ ଦେଖି ଦୀପାବଳି ପାଳନ କରାଯାଏ। ଏହି ତାରିଖ ବେଳେବେଳେ ସମଗ୍ର ଦେଶ ଅପେକ୍ଷା ଅଲଗା ହୋଇଥାଏ। ଏହି ଗ୍ରାମରେ ପ୍ରତିବର୍ଷ ଶୁକ୍ରବାର ଦିନ ଦୀପାବଳି ପାଳିତ ହୋଇଥାଏ। ଏଥର ମଧ୍ୟ ଶୁକ୍ରବାର (୧୭ ନଭେମ୍ବର) ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ସେହି ଦିନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ସେଥିପାଇଁ ଦୀପାବଳି ପାଳନ ୧ ସପ୍ତାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସାଜନପୁର ଗ୍ରାମବାସୀ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ନଭେମ୍ବର ୧୭ ତାରିଖ ଶୁକ୍ରବାର ମତଦାନ ଅନୁଷ୍ଠିତ ହେବ।

Show More

Related Articles

Back to top button