Breaking PLUSଦେଶସେଲିବ୍ରିଟି

ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଭାରତର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ ହେଲା । ମୁକେଶଙ୍କୁ ଇ-ମେଲରେ ଧମକ ପଠାଇଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ପୋଲିସ । ଭୁଲ ପ୍ରମାଣ ଦେଇ ଧମକ ଦେଉଥିବା ଜଣା ପଡ଼ିଛି । ଅଭିଯୁକ୍ତର ନାଁ ଗଣେଷ ରମେଶ ଭାନାପାର୍ଡି ହୋଇଥିବାବେଳେ ସେ ଶାଦବ ଖାନ ନାମରେ ମେଲ ପଠାଇ ଦମକ ଦେଇଥିଲା । ସେ ପ୍ରଥମେ ୨୦ କୋଟି ଟଙ୍କା ମାଗିଥିବାବେଳେ ପରବର୍ତ୍ତୀ ସମୟରେ ୪ଶହ କୋଟି ଟଙ୍କା ମାଗିଥିଲା । ପାଖାପାଖି ୫ରୁ ୬ଟି ମେଲ ପଠାଇଥିଲା । ହତ୍ୟା କରିବା ପାଇଁ ସିଧାସଳଖ ଲେଖିଥିବା ବେଳେ ଏହା ଗଣ ମାଧ୍ୟମରେ ଖବରର ଚର୍ଚ୍ଚାର ବିଷୟ ପାଲଟିଥିଲା ।ଗତ ଅକ୍ଟୋବର ୨୭ ତାରିଖରେ ପ୍ରଥମେ ହତ୍ୟା ଧମକ ଅଫିସିଆଲ ମେଲ ଆଇଡିକୁ ଆସିଥିଲା । ଏଥିରେ ଲେଖାଥିଲା କି, ୨୦ କୋଟି ଟଙ୍କା ନଦେଲେ ହତ୍ୟା କରିବ । ପରେ ୨୮ ତାରିଖରେ ଆଉ ଏକ ମେଲ ଆସିଥିଲା । ଏଥିରେ ଲେଖାଥିଲା କି, ୨୦୦ କୋଟି ଟଙ୍କା ନଦେଲେ ହତ୍ୟା କରିବେ । ଏହାସହ ପରେ ୩୦ ତାରିଖରେ ଆଉ ଏକ ମେଲ ଆସିଥିବାବେଳେ ଏଥିରେ ଲେଖାଥିଲା କି, ୪ଶହ କୋଟି ଟଙ୍କା ନଦେଲେ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରାଯିବ । ଏହାପରେ ପୋଲିସ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲା । ପରେ ତଦନ୍ତ ଆରମ୍ଭ ହୋଇଥିବାବେଳେ ଶନିବାର ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ପୋଲିସ । ବେଲଜିୟମରୁ ମେଲ ଗୁଡ଼ିକ ଆସିଥିବାବେଳେ ତଦନ୍ତ ଆରମ୍ଭ କରାଯାଇଥିଲା ।

Show More

Related Articles

Back to top button