Breaking PLUSଆଇନ କାନୁନଓଡ଼ିଶାସେଲିବ୍ରିଟି

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ଓଲିଉଡ୍ ସିନେମା ପ୍ରଯୋଜକ ଟୁଟୁ ନାୟକଙ୍କୁ  ଜାମିନ ମିଳିଲା। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଆଜି ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ତାଙ୍କୁ କୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି । ପ୍ରଥା ଫିଲ୍ମର ପ୍ରମିୟର ସମୟରେ ସ୍ୱାତି କମ୍ପେ୍ଲକ୍ସରେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଗତ ଶନିବାର ଠାରୁ ଗିରଫ ହୋଇ ଜେଲ୍‌ରେ ଥିଲେ ଟୁଟୁ ନାୟକ । ଖାରବେଳ ନଗର ଥାନାରେ ପୋଲିସ ଟୁଟୁଙ୍କୁ ଗିରଫ କରିଥିଲା । ଆଉ ଆଜି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

Show More

Related Articles

Back to top button