Breaking PLUSମୁଖ୍ୟ ଖବରରାଜନୀତିସେଲିବ୍ରିଟି

ନିର୍ବାଚନକୁ ନେଇ କଙ୍ଗନାଙ୍କ ସଂକେତ

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଫିଲ୍ମ କାରଣରୁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜର ରାଜନୈତିକ ବୟାନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ରାଜନୀତିରେ ଏଣ୍ଟ୍ରୀକୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି । କଙ୍ଗନା ମିଡିଆ ସହ ସାକ୍ଷାତକାର ସମୟରେ କହିଛନ୍ତି ଯଦି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦୟା ରହିଲା ତେବେ ସେ ନିଶ୍ଚୟ ନିର୍ବାଚନରେ ଲଢିବେ। ଏହା ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଯଦି କଙ୍ଗନା ନିର୍ବାଚନ ଲଢିବେ ତେବେ ସେ ବିଜେପିରୁ ହିଁ ଲଢିବେ । କଙ୍ଗନା ରାଣାୱତ ଶ୍ରୀକୃଷ୍ଣ ନଗରୀ ଦ୍ୱାରକାରେ ମନ୍ଦିର ଦର୍ଶନ କରିଛନ୍ତି । ଏଥର ଦଶହରା ଅବସରରେ କଙ୍ଗନା ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ପ୍ରସିଦ୍ଧ ଲବକୁଶ ରାମଲୀଳାରେ ରାବଣ ଦହନ କରିବାକୁ ପହଞ୍ଚିଥିଲେ । ଏଠାରେ ସାଧାରଣତଃ ପ୍ରଧାନମନ୍ତ୍ରୀ ରାବଣ ଦହନ କରିଥାନ୍ତି । କିନ୍ତୁ ଏଥର କଙ୍ଗନା ରାବଣ ଦହନ କରିବା ଏହା ମଧ୍ୟ ସଂକେତ ଦେଉଛି କି ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ।

Show More

Related Articles

Back to top button