ବାଣିଜ୍ୟ

Yes! ବ୍ୟାଙ୍କ ମହଙ୍ଗା କଲେ ସୁଧହାର

ଗ୍ରାହକଙ୍କ ଉପରେ ବଢ଼ିବ EMI ବୋଝ

ଘରୋଇ କ୍ଷେତ୍ରର ବ୍ୟାଙ୍କ ଇୟେଶ! ବ୍ୟାଙ୍କ ଋଣ ମହଙ୍ଗା କରିଛନ୍ତି। ବ୍ୟାଙ୍କର ମାର୍ଜିନାଲ କଷ୍ଟ ଅଫ ଲେଣ୍ଡିଂ ରେଟ୍ (ଏମସିଏଲଆର)ରେ ୧୦ରୁ ୧୫ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି। ଏହି ବୃଦ୍ଧି ୨ ମେ ୨୦୨୨ରୁ ଲାଗୁ ହୋଇଯାଇଛି। ୟେସ୍ ବ୍ୟାଙ୍କ ୱେବ୍ ସାଇଟ୍ ଅନୁସାରେ ୨ ମେରୁ ଏମସିଏଲଆରକୁ ୬.୮୫ ପ୍ରତିଶତ, ଏକ ମାସ ଲାଗି ୭.୩୦, ୩ ମାସ ଲାଗି ୭.୪୫, ୬ ମାସ ଲାଗି ୮.୨୫ ଓ ବର୍ଷକ ଅବଧିରେ ୮.୬୦ ପ୍ରତିଶତ କରି ଦିଆଯାଇଛି। ଆରବିଆଇଙ୍କ ନୂଆ ଗାଇଡ ଲାଇନ ଅନୁସାରେ ବାଣିଜ୍ୟିକ (କମର୍ସିଆଲ) ବ୍ୟାଙ୍କ ବେସ୍ ରେଟ ବଦଳେ ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସଡ୍ ଲେଣ୍ଡିଂ ରେଟ(ଏମସିଏଲଆର) ହାରରେ ଋଣ ଦେଉଛନ୍ତି।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ କରନ୍ତି ତେବେ ମାର୍ଜିନାଲ କଷ୍ଟ ଅଫ ଫଣ୍ଡରେ ଆପେ ଆପେ ପରିବର୍ତ୍ତନ ହୋଇଥାଏ। ଯେତେବେଳେ ହୋମ ଲୋନ ଗ୍ରାହକଙ୍କ ସୁଧ ସମୀକ୍ଷାର ସମୟ ଆସିବ ଏମସିଏଲଆର ବୃଦ୍ଧି ଯୋଗୁ ତାଙ୍କର ଇଏମଆଇ ମହଙ୍ଗା ହୋଇଯିବ। ତେବେ କେବଳ ଘରୋଇ କ୍ଷେତ୍ରର ଇୟେସ୍ ବ୍ୟାଙ୍କ ନୁହନ୍ତି ସାର୍ବଜନିକ ଉପକ୍ରମ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ୧୦ ବେସିସ୍ ପଏଣ୍ଟ, ବ୍ୟାଙ୍କ ଅଫ ବରୋଦା ୫ ବେସିସ ପଏଣ୍ଟ ବୃଦ୍ଧିର ଘୋଷଣା କରିସାରିଛନ୍ତି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏମସିଏଲଆର ବୃଦ୍ଧି କରିଛନ୍ତି। ହୋମଲୋନ କମ୍ପାନୀ ଏଚଡିଏଫସି ମଧ୍ୟ ତାଙ୍କ ହୋମ ଲୋନ ପ୍ରଡକ୍ଟରେ ୫ ବେସିସ୍ ପଏଣ୍ଟ ପର୍ଯନ୍ତ ଋଣ ମହଙ୍ଗା କରିଛନ୍ତି।

Show More

Related Articles

Back to top button