ବାଣିଜ୍ୟ

ଆରବିଆଇ ବୁଡାଇଲା ନିବେଶକଙ୍କ ୬.୨୭ ଲକ୍ଷ କୋଟି

ଆରବିଆଇର ଗୋଟିଏ ନିଷ୍ପତ୍ତି ସେୟାର ବଜାରରେ ନିବେଶକଙ୍କ ବୁଡାଇଲା ୬.୨୭ ଲକ୍ଷ କୋଟି ଟଙ୍କା । ଆରବିଆଇର ରେପୋ ରେଟ ବୃଦ୍ଧି ପରେ ବୁଧବାର ଘରୋଇ ସେୟାର ବଜାରରେ ଧରାଶାୟୀ ହୋଇଛି।

୩୦ ସେୟାର ବିଶିଷ୍ଟ ବିଏସଇ ସେନସେକ୍ସ ୧,୩୦୬.୯୬ ଅର୍ଥାତ ୨.୨୯ ପ୍ରତିଶତ ହ୍ରାସ ହୋଇ ଗତ ଦୁଇ ମାସରେ ସର୍ବନିମ୍ନ ସ୍ତର ୫୫,୬୬୯.୦୩ ଅଙ୍କରେ ପହଞ୍ଚି ବନ୍ଦ ହୋଇଛି । ବଜାର ଖୋଲା ଥିବା ସମୟରେ ୧,୪୭୪.୩୯ ଅଙ୍କ ତଳକୁ ଖସି ଆସିଥିଲା । ବଜାରରେ ହ୍ରାସ ସହ ବିଏସଇରେ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜି ୬,୨୭,୩୫୯.୭୨ କୋଟି ହ୍ରାସ ହୋଇ ୨,୫୯,୬୦,୮୫୨.୪୪ କୋଟିରେ ପହଞ୍ଚିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟୀ ମଧ୍ୟ ୩୯୧.୫୦ ଅଙ୍କ ଅର୍ଥାତ ୨.୨୯ ପ୍ରତିଶତ ତଳକୁ ଖସି ୧୬,୬୭୭.୬୦ ଅଙ୍କରେ ବନ୍ଦରେ ହୋଇଥିଲା। ସେନସେକ୍ସର କମ୍ପାନୀରେ ବଜାଜ ଫାଇନାନ୍ସର ସେୟାରରେ ସବୁଠୁ ଅଧିକ ୪.୨୯ ପ୍ରତିଶତ ହ୍ରାସ ହୋଇଛି।

ଟାଇଟନ, ବଜାଜ ଫିନସର୍ଭ, ଏଚଡିଏଫସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଏବଂ ମାରୁତିର ସେୟାରକୁ ମଧ୍ୟ ବଡ଼ ଝଟକା ଲାଗିଥିଲା। ଅନ୍ୟପଟେ ପାୱରଗ୍ରୀଡ, ଏନଟିପିସି ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କ ଲାଭରେ ରହିଥିଲେ। ଉଲ୍ଲେଖଯୋଗ୍ୟ, ବୁଧବାର ଆରବିଆଇ ରେପୋ ରେଟ ୦.୪୦ ପ୍ରତିଶତ ବଢାଇ ୪.୪୦ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିଲା। ଦରବୃଦ୍ଧକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିଲା। ଖୁଚୁରା ମୁଦ୍ରାସ୍ପୀତି ଗତ ତିନି ମାସରେ ଟାର୍ଗେଟଠୁ ଉପରେ ଛଅ ପ୍ରତିଶତ ଉପରେ ରହିଛି।

Show More

Related Articles

Back to top button