Breaking PLUSଦେଶବାଣିଜ୍ୟମୁଖ୍ୟ ଖବରରାଜନୀତି

ଲାକ୍ଷାଦ୍ବୀପର ବିକାଶ ପାଇଁ ବ୍ୟାପକ ବିନିଯୋଗ କରାଯିବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରକୁ ବେଶ୍‌ ଗୁରୁତ୍ବ ଦିଆଯାଇଛି। ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ବିନିଯୋଗ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଉପରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ। ଏହାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ବିନିଯୋଗ କରାଯିବ। ମାଳଦ୍ବୀପ ସହ କୁଟନୈତିକ ବିବାଦ ପରେ ବହୁ ଭାରତୀୟ ଲାକ୍ଷାଦ୍ବୀପକୁ ଏବେ ବିକଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଦେଖୁଛନ୍ତି। ପୂର୍ବରୁ ମାଳଦ୍ବୀପ ଭାରତୀୟଙ୍କର ପ୍ରଥମ ପସନ୍ଦ ଥିଲା।

Show More

Related Articles

Back to top button