Breaking PLUSଦେଶମୁଖ୍ୟ ଖବରରାଜନୀତି

5ବର୍ଷରେ 2 କୋଟି ପକ୍କା ଘର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌‌ ମୋଦୀ ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌। ଅର୍ଥମନ୍ତ୍ରୀ କହିଛନ୍ତି ଗରିବ ଲୋକ ମାନଙ୍କୁ ଘର ଯୋଗାଇ ଦିଆଯାଉଛି। ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ । ୧ କୋଟି ଘରକୁ ୩ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ । ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭିକାଲ କ୍ୟାନ୍ସର ଟିକା ଦିଆଯିବ । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଆୟୁଷ୍ମାନ୍ ଭାରତ ଯୋଜନାରେ ସାମିଲ କରାଯିବ।

Show More

Related Articles

Back to top button