Breaking PLUSଦେଶମୁଖ୍ୟ ଖବର

ସାରା ଦେଶରେ 8ଟି ସହରରୁ ଅଯୋଧ୍ୟା ପାଇଁ ସ୍ପାଇସଜେଟ୍ ବିମାନ ସେବାର ଶୁଭାରମ୍ଭ

ପିଏମ ମୋଦି ଓ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଲେ ୟୁପି ସିଏମ

ନୂଆଦିଲ୍ଲୀ , 1 ଫେବୃଆରୀ – କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦେଶର 8ଟି ସହରରୁ ଅଯୋଧ୍ୟା ପାଇଁ ସ୍ପାଇସ ଜେଟ୍ ବିମାନ ସେବାକୁ ଭିସି ଜରିଆରେ ଶୁଭାରମ୍ଭ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ସହିତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରୁ ଭର୍ଚୁଆଲରେ ଯୋଡି ହୋଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହି ନୂଆ ଉଡାଣ ସେବା ପାଇଁ ପିଏମ ମୋଦି ଓ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଥିଲେ ।

Show More

Related Articles

Back to top button