ବାଣିଜ୍ୟ

ଗୁଗୁଲ୍‌ କ୍ରୋମ୍‌ ପାଇଁ କମ୍ପାନୀ ଆଣିବ ନୂଆ ଫିଚର୍ସ, ମିଳିବ ଏହି ସୁବିଧା

ଗୁଗୁଲ୍ କ୍ରୋମ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଏକ ନୂଆ ଫିଚର୍ସ ପାଇବାକୁ ଯାଉଛନ୍ତି । ଯାହା ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଏହି ସମସ୍ୟା ଗୁଡିକ ହେଉଛି ଟ୍ୟାବ ଗୁଡ଼ିକୁ ପୁନଃସ୍ଥାପନ କରିବା । କାରଣ ଯାହା ବି ଭୁଲ୍ କିମ୍ବା କିଛି ତ୍ରୁଟି ହେତୁ ବନ୍ଦ ହୋଇଯାଇଥିଲା।

ବର୍ତ୍ତମାନ ୟୁଜର୍ସମାନଙ୍କୁ ଏଥିପାଇଁ ଏକ ବହୁତ ଲମ୍ବା ପ୍ରୋସେସ୍‌କୁ ଫଲୋ କରିବାକୁ ପଡିବ । କିନ୍ତୁ ନୂଆ ଫିଚର୍ସ ଆସିବା ପରେ ହିଁ ସେମାନେ ପୁନଃସ୍ଥାପନ ଅର୍ଥାତ୍‌ ରିଷ୍ଟୋର କରିବାକୁ ସମର୍ଥ ହେବେ। ତେବେ ବନ୍ଦ ହୋଇଥିବା ଟ୍ୟାବ ଗୁଡ଼ିକୁ ପୁନଃସ୍ଥାପନ କରିବାର ଫିଚର୍ସ କ୍ରୋମର ଡେସ୍କଟପ୍ ଭର୍ସନରେ ପୂର୍ବରୁ ଉପଲବ୍ଧ ହୋଇଛି । ହଠାତ୍ ବନ୍ଦ ହୋଇଥିବା ଟ୍ୟାବଗୁଡ଼ିକୁ ପୁନଃସ୍ଥାପିତ କରିବାକୁ, ୟୁଜର୍ସମାନଙ୍କୁ ବର୍ତ୍ତମାନ ବ୍ରାଉଜର୍ ହିସ୍‌ଷ୍ଟ୍ରିକୁ ଯାଇ ପେଜ୍‌କୁ ଖୋଜିବାକୁ ପଡିବ। ଯେଉଁଥିପାଇଁ ଏହା ମଧ୍ୟ ବହୁତ ସମୟ ନେଇଥାଏ । ଏହା ସହ ଅନେକ ଥର ଟ୍ୟାବ ଗୁଡ଼ିକ ମଧ୍ୟ ଖୋଲି ନଥାଏ । ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଗୁଗୁଲ ଏହି ନୂଆ ଫିଚର୍ସର ପରୀକ୍ଷା ତଥା ଟେଷ୍ଟିଂର ଆରମ୍ଭ କରିଛି ।

ଏହିପରି ନୂଆ ଫିଚର୍ସ କାମ କରିବ-

ରିଷ୍ଟୋର ଫିଚର୍ସ ଆସିବା ପରେ କ୍ରୋମ ୟୁଜର୍ସମାନେ ବହୁ ସମୟରେ ବନ୍ଦ ହୋଇଥିବା ଟ୍ୟାବ ଗୁଡ଼ିକୁ ରିଷ୍ଟୋର କରିପାରିବେ । ଏଥିପାଇଁ ସେମାନଙ୍କୁ ଅନ୍ୟ ଏକ ନୂଆ ଟ୍ୟାବ ଖୋଲିବାକୁ ପଡିବ। ଏହି ଟ୍ୟାବ ଗୁଡ଼ିକ ଉପରେ କ୍ଲିକ୍ କରିବା ପରେ, ସମସ୍ତ ବନ୍ଦ ଟ୍ୟାବ ଗୁଡ଼ିକର ଏକ ତାଲିକା ଆସିବ । ଯାହା ପରେ ୟୁଜର୍ସମାନେ ତାହା ଉପରେ କ୍ଲିକ୍‌ କରିବା ପରେ ରିଷ୍ଟୋର କରି ପାରିବେ । ତେବେ ଏହି ଫିଚର୍ସ କେବେ ଲଞ୍ଚ ହେବ ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ଆଶା କରାଯାଉଛି କି ୟୁଜର୍ସମାନେ ଆଣ୍ଡ୍ରଏଡ୍ ପାଇଁ ଗୁଗୁଲ୍ କ୍ରୋମର ଏହି ନୂଆ ଫିଚର୍ସ ଖୁବ୍‌ ଶୀଘ୍ର ଉପଲବ୍ଧ ହେବ ।

ଡେସ୍କଟପ୍ ଭର୍ସନରେ ରହିଛି ଏହି ସୁବିଧା-

ଗୁଗୁଲ୍ କ୍ରୋମ୍ ୟୁଜର୍ସମାନେ ଡେସ୍କଟପରେ ଏହି ସୁବିଧା ପାଇପାରିବେ । ଯଦି ଆପଣ ଅଜଣାତରେ ସମସ୍ତ ଟ୍ୟାବ ଗୁଡ଼ିକୁ ବନ୍ଦ ହୋଇଯାଇଛି । ତେବେ ଆପଣ ରିଷ୍ଟୋର କରିପାରିବେ । ବ୍ରାଉଜର୍ ର ହିଷ୍ଟ୍ରିକୁ ଯିବେ । ସେଠାରେ ବନ୍ଦ ହୋଇଥିବା ଟ୍ୟାବ୍‌ ଗୁଡିକ ଦେକାଇବ । ତାହା ଉପରେ କ୍ଲିକ୍‌ କଲା ପରେ ଏକକାଳୀନ ସମସ୍ତ ବନ୍ଦ ହୋଇଥିବା ଟ୍ୟାବ ଗୁଡ଼ିକୁ ଖୋଲିଯିବ । ଏଥିପାଇଁ ଏହି ସୁବିଧା ବର୍ତ୍ତମାନ ମୋବାଇଲରେ ଆସିବା ପାଇଁ କରାଯାଉଛି । କାହିଁକି ନା ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ କ୍ରୋମର ଆଣ୍ଡ୍ରଏଡ୍ ଭର୍ସନ ପାଇଁ ଏହି ସୁବିଧା ଯୋଡିବାକୁ ଯାଉଛି ।

Show More

Related Articles

Back to top button