ସ୍ୱାସ୍ଥ୍ୟ

ହୃଦ୍ ଘାତ ଠାରୁ ରକ୍ଷା କରିବ ଭିଟାମିନ କେ ଯୁକ୍ତ ଖାଦ୍ୟ :

ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ରହିଛି ଭିଟାମିନ କେ

ହୃଦ୍ ରୋଗୀ ମାନଙ୍କୁ ସବୁବେଳେ ଖାଦ୍ୟ ପେୟ ପ୍ରତି ଗୁରୁତ୍ବ ଦିଆ ଯିବା ପାଇଁ ସବୁବେଳେ କୁହା ଯାଇଥାଏ । ଗୋଟିଏ ନୂଆ ଗବେଷଣା ଅନୁସାରେ ଭିଟାମିନ କେ ଯୁକ୍ତ ଖାଦ୍ୟ କୁ ଶରୀର ପାଇଁ ହିତକର ବୋଲି କୁହାଯାଇଚି । ଏହି ଗବେଷଣା ଅନୁସାରେ ଭିଟାମିନ କେ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଦ୍ବାରା ଏଥିରେ କ୍ଲେରେଶିନ୍ ଜନିତ ସମସ୍ୟା ଦେଖା ଯାଇ ନଥାଏ ।
ଆମେରିକାର ଜାର୍ଣାଲ୍ ଗୋଟିଏ ଷ୍ଟଡି ଅନୁସାରେ କିଛି ଲୋକଙ୍କୁ ନେଇ ଗବେଷଣା ହୋଇଥିଲା । ଏହି ଗବେଷଣା ଅନୁସାରେ ଗବେଷକ ମାନେ ଜାଣିବାକୁ ଈଛା କରିଥିଲେ ଯେ ଭିଟାମିନ କେ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀର ପାଇଁ କି ପ୍ରଭାବ ପକାଇ ଥାଏ ।

* ଏହି ଗବେଷଣା ଦ୍ୱାରା ଜଣାପଡ଼ିଲା ଯେ ଭିଟାମିନ କେ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏହା ହୃତ୍ ପିଣ୍ଡକୁ ସୁରକ୍ଷିତ ରଖିଥାଏ । ତେଣୁ ସବୁଜ ପତ୍ର ଯୁକ୍ତ ପନିପରିବା ଓ ଭେଜି ଟେବୁଲ୍ ଯୁକ୍ତ ତେଲ ଖାଇବା ଦ୍ବାରା ଖୁବ୍ ଲାଭ ଦେଇଥାଏ ।
* ଅଣ୍ଡା , ମାଂସ ଇତ୍ୟାଦି ଫର୍ମେଣ୍ଟେଡ ଯୁକ୍ତ ଖାଦ୍ୟରେ ଭିଟାମିନ କେ 2 ରହିଥାଏ । ତା ସହିତ ସତେଜ ଫଳ ମୂଳ ଇତ୍ୟାଦିରେ ଅନେକ ଭିଟାମିନ କେ ରହିଥାଏ ।
* ଭିଟାମିନ କେ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀର ର ଧମନୀ ଗୁଡ଼ିକ ସୁସ୍ଥ ରହିଥାଏ । ଯେଉଁ କାରଣରୁ ହୃତପିଣ୍ଡକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ ।
* ହୃଦ୍ ଘାତ ସମସ୍ୟା ଦେଖା ଦେବା ପୂର୍ବରୁ ଆମେମାନେ ସଚେତନ ରହିବା ଆବଶ୍ୟକ । ତେଣୁ ବିଶେଷକରି ଆପଣ ଭେଜିଟେବୁଲ ଅଏଲ କୁ ବିଶେଷ ଗୁରୁତ୍ବ ଦିଆ ଯାଇଥାଏ।

Show More

Related Articles

Back to top button