Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ସ୍ଥିତିକୁ ନେଇ ସତର୍କ କେନ୍ଦ୍ର ସରକାର

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, 20 ଡିସେମ୍ବର – କରୋନା ଓ ଏହାର ନୂଆ ଭାରିଆଣ୍ଟ ଜେଏନ-1ର ବଢୁଥିବା ବିପଦକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବୁଧବାର ସ୍ୱାସ୍ଥ୍ୟ ସୁବିଧର ଓ ଚିକିତ୍ସା ସମ୍ବନ୍ଧୀୟ ସେବାଗୁଡିକର ପ୍ରସ୍ତୁତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାର ଜେଏନ-1 ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ ଭାବେ ଗ୍ରହଣ କରିଛି । ଅର୍ଥାତ ଏହି ଭାଇରସ୍ ଦ୍ରୁତ ଗତିରେ ବ୍ୟାପିପାରେ ।
ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ, ଏବେ ପରସ୍ପର ସହ ମିଳିତ ଭାବେ କାମ କରିବାର ସମୟ । ଆମକୁ ଭୟଭୀତ ନୁହେଁ, ସତର୍କ ରହିବାକୁ ପଡିବ । ହସ୍ପିଟାଲରେ ପ୍ରସ୍ତୁତି, ତଦାରଖ, ଲୋକଙ୍କ ସହ ଯୋଗାଯୋଗର ମକଡ୍ରିଲ ସହ ପ୍ରସ୍ତୁତି ରହିବାକୁ ପଡିବ ।
ସେ କହିଛନ୍ତି ଯେ, ପ୍ରତି 3ମାସରେ ଥରେ ହସ୍ପିଟାଲରେ ମକ୍ ଡ୍ରିଲ ହେବା ଆବଶ୍ୟକ । ଏଥିପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦିଆଯିବ । ପ୍ରସ୍ତୁତିରେ କୌଣସି ପ୍ରକାର କୋହଳ ନହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟଗୁଡିକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ର ଏବେ ରାଜନୀତିର କ୍ଷେତ୍ର ନୁହେଁ । ସମସ୍ତ ପ୍ରକାର ସହାୟତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଥିବା ସେ କହିଛନ୍ତି ।

Show More

Related Articles

Back to top button