Breaking PLUSଦେଶମୁଖ୍ୟ ଖବର

କରୋନା ଜେଏନ-1 ଭାରିଆଣ୍ଟକୁ ନେଇ ଭୟଭୀତ ନୁହେଁ, ସଜାଗ ରହିବାର ରହିଛି ଆବଶ୍ୟକତା- ଡକ୍ଟର ଭି.କେ ପଲ୍

ନୂଆଦିଲ୍ଲୀ, 20 ଡିସେମ୍ବର – ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ ବୁଧବାର ଦିନ ରାଜ୍ୟ ସହିତ ସମୀକ୍ଷା ବୈଠକ ପରେ ମିଡିଆ ସହ ଆଲୋଚନା କରି କହିଛନ୍ତି ଯେ, କରୋନାର ନୂଆ ଭାରିଆଣ୍ଟ ଜେଏନ-1କୁ ନେଇ ଡରିବାର ନୁହେଁ, ସଜାଗ ରହିବାର ଆବଶ୍ୟକତା ରହିଛି ।
ଡକ୍ଟର ପଲ୍ କହିଛନ୍ତି ଯେ, ଦେଶରେ କରୋନାର ପ୍ରାୟ 23ଶହ ସକ୍ରିୟ ମାମଲା ରହିଛି । ଅଚାନକ ମାମଲା ବଢିବାର କାରଣ ହେଉଛି ଜେଏନ-1 ଭାରିଆଣ୍ଟ । ତେବେ ଏହି ନୂଆ ଭାରିଆଣ୍ଟକୁ ନେଇ ଡରିବାର ଆବଶ୍ୟକତା ନାହିଁ । ଅଧିକ ମାମଲା କେରଳ, ତାମିଲନାଡୁ, ଗୋଆ ଓ କର୍ଣ୍ଣାଟକରୁ ଆସୁଛି । ଗତ 2ସପ୍ତାହରେ କରୋନା ଯୋଗୁ 16ଜଣଙ୍କର ମୃତ୍ୟୁ ହୋଇଛି ।
ଡକ୍ଟର ପଲ କହିଛନ୍ତି ଯେ, କରୋନା ସ୍ଥିତି ଓ ସରକାରଙ୍କ ପ୍ରସ୍ତୁତି ଉପରେ ରାଜ୍ୟ ସହ ସମୀକ୍ଷା କରାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ସଜାଗ ଓ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Show More

Related Articles

Back to top button