ସ୍ୱାସ୍ଥ୍ୟ

କେବଳ ଗୋଟିଏ ଚାମଚ ମେଥିଦାନା ଆପଣଙ୍କ ପାଇଁ ରାମବାଣ ସଦୃଶ

ଏଥିରେ ଲୁଚି ରହିଛି ଅନେକ ଗୁଣ

ଆଜି ଆମେ ଆପଣଙ୍କୁ ମେଥି ଦାନାର ଲାଭ ବିଷୟରେ କହିବାକୁ ଯାଉଛୁ l ମେଥି ସମସ୍ତଙ୍କ ଘରେ ଖୁବ ସହଜରେ ମିଳି ଯାଇଥାଏ l ଏହି ଛୋଟ ଛୋଟ ମେଥି ଦାନା ଆମକୁ ଅନେକ ରୋଗରୁ ମୁକ୍ତି କରିଥାଏ l ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନେଇ ଓଜନ କମାଇବା ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ l ଯେଉଁ ପୁରୁଷ ମାନଙ୍କର ଯୌନ ସମ୍ବନ୍ଧୀୟ ସମସ୍ୟା ରହୁଛି ସେମାନଙ୍କ ପାଇଁ ମେଥି ଖୁବ ହିତକର l

ଆସନ୍ତୁ ଜାଣିବା ମେଥି ଦାନାର ଉପକାର ବିଷୟରେ –
* ମଧୁମେହ ପାଇଁ ହିତକର – ମେଥି ଦାନା ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l ମେଥିରେ ଥିବା ହାଇପୋଗ୍ଲିସେମିକ ପ୍ରଭାବ ରହିଥିବା କାରଣରୁ ଏହାଦ୍ୱାରା ରକ୍ତ ରେ ଶର୍କରା ସ୍ତରକୁ କମ କରିଥାଏ l

* କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରେ – ମେଥିରେ ନାରୀଙ୍ଗନିନ ନାମକ ଫ୍ଲେବୋନାଏଡ଼ ରହିଥିବା କାରଣରୁ ଏହା ରକ୍ତରେ ଲିପିଡ଼ ସ୍ତରକୁ ନିୟନ୍ତ୍ରିତ କରିଥାଏ l ଏହା ସହିତ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କୋଲେଷ୍ଟ୍ରଲ କମ କରିବାକୁ ସାହାଯ୍ୟ କରିଥାଏ l

* ଓଜନ ହ୍ରାସ କରିଥାଏ – ମେଥି ରେ ଅନେକ ପ୍ରକାରର ପୋଲିଫେନଲସ ରହିଥିବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ l ଯାହା ଓଜନ କମାଇବା ସହିତ ଶରୀରରେ ଜମି ଥିବା ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ l

* ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ – ମେଥିରେ ଆଇରନ , କ୍ୟାଲସିୟମ ,ଫସଫରସ , ଆଣ୍ଟି ଇମ୍ଫାଲମେଟରୀ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା କାରଣରୁ ବିଭିନ ଯନ୍ତ୍ରଣାରୁ ଆରାମ ମିଳିଥାଏ l

* ମେଥି ଦାନା ଶରୀର ପକ୍ଷରେ ଗରମ ଅଟେ l ଏହା ପୁରୁଷ ମାନଙ୍କର ଯୌନ ଶକ୍ତିକୁ ବୃଦ୍ଧି କରିଥାଏ l

Show More

Related Articles

Back to top button