ଜୀବନଚର୍ଯ୍ୟା

ଆପଣ ଜାଣିଛନ୍ତି କି ରାତ୍ରି ଗାଧୁଆର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ

ଆସନ୍ତୁ ଜାଣିବା କଣ ରହିଛି ଲାଭ

ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ , ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି l କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଅଧିକ ଲାଭ ମିଳିଥାଏ l

* ଶୀଘ୍ର ନିଦ ଆସିଥାଏ – ଏହା ଅନେକ ଗବେଷଣାରୁ ଖୁଲାସା ହୋଇଛି ଯେ ରାତିରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିଥାଏ l ଯଦି ଆପଣ ଶୋଇବାର ୧ଘଣ୍ଟା କିମ୍ବା ୨ ଘଣ୍ଟା ପୂର୍ବରୁ ସାୱାର ନେଉଛନ୍ତି ତେବେ ଆପଣ ଗଭୀର ନିଦ୍ରାରେ ଶୀଘ୍ର ଶୋଇ ପାରିବେ l କାରଣ ଏହା ଆପଣଙ୍କ ଶାରୀରିକ ତାପମାତ୍ରାକୁ କମ କରିଥାଏ l ଯେଉଁ କାରଣରୁ ମସ୍ତିଷ୍କକୁ ଶୀଘ୍ର ଆରମ୍ ମିଳିଥାଏ l

* ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ଏହା ଆପଣଙ୍କ ଥକାପଣ ଦୂର କରିଥାଏ l ଆପଣଙ୍କ ମାଂସପେଶୀକୁ ଆରାମ ଦେଇଥାଏ ଯେଉଁ କାରଣରୁ ଆପଣଙ୍କ ମସଲସ ରିଲାକ୍ସ ହୋଇଥାଏ ଓ ଭଲ ନିଦ୍ରା ହୁଏ l

* ଦିନ ସାରା ବାହାରେ ରହିବା ଦ୍ୱାରା ଶରୀରରୁ ଝାଳ ନିର୍ଗତ ହୋଇଥାଏ ଓ ଶରୀର ବିଭିନ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସି ବିଭିନ ଚର୍ମ ସଂକ୍ରମଣ ହୋଇଥାଏ l ରାତିରେ ଏପରି ଅବସ୍ଥାରେ ଶୋଇବା ଦ୍ୱାରା ତ୍ୱଚା ଓ ଶରୀରର ବିଭିନ ସନ୍ଧି ଜାଗାରେ ଫାଙ୍ଗଲ ଇନଫେକ୍ସନ ଦେଖାଦିଏ ତେଣୁ ରାତିରେ ଗାଧୋଇ ଶୋଇବା ଉଚିତ l

* ଦିନସାରା ବାହାରେ ରହି ବିଭିନ ଚିନ୍ତାରେ ମଣିଷ ବ୍ୟସ୍ତ ରହିଥାଏ ତେଣୁ ରାତିରେ ସାୱାର ନେବା ଫଳରେ ଏହା ଆମକୁ ମାନସିକ ଚିନ୍ତା ରୁ ଦୁରେଇ ରଖିବା ସହିତ ଚିନ୍ତା ମୁକ୍ତ ରଖି ଭଲ ନିଦ ଦେଇଥାଏ l ତେଣୁ ରାତିରେ ଗାଧୋଇ ଶୋଇବା ଆବଶ୍ୟକ l

Show More

Related Articles

Back to top button