ଜୀବନଚର୍ଯ୍ୟା

ଲୁଣ ଯୋଗୁ ମଧ୍ୟ ହୋଇପାରେ ଡାଇବେଟିସ୍

ହାର୍ଟ ଆଟାକ, ଡାଇବେଟିସ୍ ଓ ଟାଇପ୍ – ୨ ଡାଇବେଟିସ୍ ଭଳି ରୋଗରେ ପ୍ରାୟତଃ ବିଶ୍ୱରେ ଅନେକ ଲୋକ ପିଡିତ । ଏହି ସବୁ ରୋଗ ମଧ୍ୟରେ ଡାଇବେଟିସ୍ ଏପରି ଏକ ସମସ୍ୟା ହୋଇଗଲାଣି, ଯେ ଏଥିରେ ବଡ ଲୋକଙ୍କ ଠାରୁ ଆରମ୍ଭ କରି ପିଲା ମଧ୍ୟ ଏହି ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ଚିନି ବ୍ୟତୀତ ଲୁଣ ମଧ୍ୟ ଅନେକ ବିପଦପୂର୍ଣ୍ଣ ହୋଇପାରେ । ବର୍ତ୍ତମାନ ଆମେ ବିଶ୍ୱାସ କରୁଛୁ ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ଚିନି ଖାଇବା ବହୁତ ହାନିକାରକ ହୋଇଥାଏ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଚିନି ବ୍ୟତୀତ ଲୁଣ ଯୋଗୁ ମଧ୍ୟ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ରହିଛି ।  ଯଦି ଆପଣ ଟେବୁଲ୍ ଲୁଣ ବ୍ୟବହାର କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଏଥିପ୍ରତି ସାବଧାନ ହେବା ଉଚିତ୍ । ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଥିବା ରୋଗୀଙ୍କ ପାଇଁ ଚିନି ସହିତ ଲୁଣ ଛାଡିବାର ସମୟ ଆସିଛି ଓ ଏଥି ପ୍ରତି ସେହି ଲୋକଙ୍କୁ ଅଧିକ ସାବଧାନ ରହିବକୁ ପଡିବ । ଯଦି ଆପଣ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରୁଛନ୍ତି । ତାହେଲେ ସାବଧାନ ହୋଇଯାଅନ୍ତୁ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ଏକ ବଡ ସମସ୍ୟା । କିଛି ସୂଚନା ଅନୁସାରେ, ଖାଦ୍ୟ ଖାଇବା ସମୟରେ ବାରମ୍ବାର ଖାଦ୍ୟରେ ଲୁଣ ପକାଇ ଖାଇବା ଦ୍ୱାରା ଟାଇପ୍ – ୨ ଡାଇବେଟିସ୍ ରୋଗ ହେବାର ବିପଦ ଅଧିକ ବଢି ଯାଇଥାଏ । ଏହି ରିସର୍ଚ୍ଚରେ ପ୍ରାୟ ୪ ଲକ୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା ଓ ସେମାନଙ୍କ ଲୁଣ ସେବନ କରିବାକୁ ନେଇ ସର୍ଭେ କରାଗଲା । ଏହି ସର୍ଭେରେ ୧୧.୮ ବର୍ଷର ହାରାହାରି ରିସର୍ଚ୍ଚରେ, ୧୩,୦୦୦ ରୁ ଅଧିକ ଟାଇପ୍ 2 ଡାଇବେଟିସ୍ ରୋଗ ବିକଶିତ ହୋଇଛି ।ତେବେ ଲୁଣ କମ୍ ସେବନ କରିବା ଦ୍ୱାରା ହାର୍ଟ ଆଟାକ ଓ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟାରୁ ବଞ୍ଚି ପାରିବେ । ହେଲେ ଏହା ଏକ ପ୍ରଥମ ରିସର୍ଚ୍ଚ ଯେଉଁଥିରେ, ସାମ୍ନାକୁ ଆସିଛି ଯେ କମ୍ ଲୁଣ ଖାଇବା ଦ୍ୱାରା ଟାଇପ୍ – ୨ ଡାଇବେଟିସ୍ ସମସ୍ୟାରୁ ମଧ୍ୟ ବଞ୍ଚିବା ପାଇଁ ସାହାଯ୍ୟ ମିଳିପାରେ ।

Show More

Related Articles

Back to top button