Breaking PLUSଓଡ଼ିଶାମୁଖ୍ୟ ଖବର

ଫିଟିଲା ଚିତ୍ତ ରଞ୍ଜନ ବେହେରା ମୃତ୍ୟୁ ରହସ୍ୟ, ଗାଡି କିଣାବିକାକୁ ନେଇ ହତ୍ୟାକାଣ୍ଡ

ଫିଟିଲା ଚିତ୍ତରଞ୍ଜନ ବେହେରା ହତ୍ୟାକାଣ୍ଡର ରହସ୍ୟ । ଗାଡି କିଣା ବିକାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଆଜି ଏହି ଘଟଣାରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଥିବା ବେଳେ ଗିରଫଦାରି ସଂଖ୍ୟାରେ 3ରେ ପହଞ୍ଚିଛି ।

ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସମୀବୃକ୍ଷ ଅଞ୍ଚଳରୁ ଯୁବକଙ୍କ ଅଧାପୋତା ମୃତଦେହ ମିଳିଥିଲା । ଏହି ମୃତଦେହଟି ଚିତ୍ତ ରଞ୍ଜନ ବେହେରାଙ୍କର ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଗତକାଲି କପ୍ତିପଦା ପୋଲିସ 2ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଜଣଙ୍କୁ ଗିରଫ କରିଛି । ଘଟଣାରେ ଗିରଫଦାରି ସଂଖ୍ୟା 3କୁ ବୃଦ୍ଧି ପାଇଛି । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଦେବଳାର ରସ ମୋହନ ସିଂ । ଅନ୍ୟପଟେ ବାଲେଶ୍ଵର କାଠପାଳ ଅଞ୍ଚଳରୁ ମୃତକ ଚିତ୍ତରଞ୍ଜନର ମୋବାଇଲ ଓ ଏଟିଏମ କାର୍ଡ ଜବତ ହୋଇଛି । କିଣା ଗାଡିର ମାଲିକାନା ପରିବର୍ତ୍ତନକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବେହେରା ବିକିଥିବା ଗାଡିର ମାଲିକାନା ପରିବର୍ତ୍ତନକୁ ଏହି ହତ୍ୟାକାଣ୍ଡ ହୋଇଛି । ଅଭିଯୁକ୍ତମାନେ ୬ କିଲୋ ଲୁଣ ଦେବଳା ବଜାରରୁ କିଣି ମୃତଦେହରେ ପକାଇଥିଲେ । ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

Show More

Related Articles

Back to top button