Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ନୀତୀନ ଗଡକାରୀଙ୍କ ଉଦବୋଧନ

ଭୁବନେଶ୍ୱର- କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଛନ୍ତି,ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ। ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି । ଭାଜପାର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ।

ଗଡ଼କରୀ ଆହୁରି କହିଛନ୍ତି, ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ ରାସ୍ତା ହେବ। କଟକରୁ ପାରାଦୀପ ୪ ଲେନ ୨୩୭୦ କୋଟିରେ ନିର୍ମାଣ ହେବ। ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ରାୟପୁରରୁ ବିଶାଖାପାଟଣା ୬ ଲେନ ରାସ୍ତା ନିର୍ମାଣ ହେବ। ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button