Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ

ଭୁବନେଶ୍ୱର- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ । ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ୍ ସୋ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଟ୍ରାଫିକ୍ କଟକଣା ଜାରି ହୋଇସାରିଛି । ଅପରାହ୍ନ ୨ଟାରୁ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୋଦୀଙ୍କ ରୋଡ୍ ସୋ ପାଇଁ ମାଷ୍ଟରକ୍ୟାଣ୍ଟିନଠୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୁଲିସ । ଏହାସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button