Breaking PLUSଦେଶମୁଖ୍ୟ ଖବର

ପାକିସ୍ତାନରେ ଭୂକମ୍ପ ଝଟ୍‌କା

ପାକିସ୍ତାନରେ ଭୂକମ୍ପ ଝଟ୍‌କା । ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ କରାଇ ଦେଇଛି। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ ବୁଧବାର ରାତିରେ କରାଚି ଉପକଣ୍ଠରେ ଏକ ଭୂକମ୍ପ ଅନୁଭୂତ ହୋଇଛି।

ପାଣିପାଗ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଏହି ଭୂକମ୍ପ ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରରୁ ଆସିଛି। କରାଚି ବ୍ୟତୀତ ଏହାର ପ୍ରଭାବ କୁଏଦାବାଦ, ମଲିର, ଗାଡାପ ଏବଂ ସାଦି ସହରର ସମସ୍ତ ବାହାର ଭାଜପରେ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button