Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଦେଶରେ ଗତ 24ଘଣ୍ଟାରେ 358 ନୂଆ କରୋନା ମାମଲା ଚିହ୍ନଟ, 6 ମୃତ

ନୂଆଦିଲ୍ଲୀ, 21 ଡିସେମ୍ବର – କରୋନା ରିଟର୍ଣ୍ଣସ । ଦେଶରେ ପୁଣି ଥରେ ମାଡିଚାଲିଛି କରୋନା ସଂକ୍ରମଣ । ଗତ 24ଘଣ୍ଟାରେ 358 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 6ଜଣଙ୍କର ମୃତ୍ୟୁ ହୋଇଛି । କରୋନା ବିଶେଷ କରି କେରଳରେ ମାଡିବାରେ ଲାଗିଛି । କେରଳରେ ଗତ 24ଘଣ୍ଟାରେ 3ଶହ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 3ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶରେ କରୋନାର 358 ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଏବେ ସକ୍ରିୟ ମାମଲା 2669ରେ ପହଞ୍ଚିଛି । ବିଶେଷ କରି ଦକ୍ଷିଣ ରାଜ୍ୟଗୁଡିକରେ କରୋନା ମାଡିବାରେ ଲାଗିଛି । ଉତ୍ତର ଭାରତର କିଛି ରାଜ୍ୟରେ ଏବେ ନୂଆ ମାମଲା ସାମ୍ନାକୁ ଆସୁଛି । ହରିୟାଣାରେ ଗୋଟିଏ, ଦିଲ୍ଲୀ ଓ ଗୁଜରାଟରୁ 11ଟି ଲେଖାଏ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ 10ଟି, ତାମିଲନାଡୁରେ 12ଟି, ତେଲେଙ୍ଗାନାରେ 5ଟି, କର୍ଣ୍ଣାଟକରେ 13ଟି ମାମଲା ସାମ୍ନାକୁ ଆସିଛି ।

Show More

Related Articles

Back to top button